ପ୍ରତ୍ୟାଶା - ଶ୍ରଦ୍ଧାଞ୍ଜଳି ପଣ୍ଡା




ପ୍ରତ୍ୟାଶା ନରଖି କର୍ମ କରିଚାଲ 

କର୍ମଫଳ ସଦା ହୋଇବ ଟି ଭଲ, 

ଆଶା ରଖି ତୁମେ ଯେବେ କର କର୍ମ 

ମନ କେବେ ପାଇବନି ଉପଶମ  ll 1 ll

ବୃକ୍ଷଟି ସର୍ବଦା ଉପକାର କରେ 

ଚିରନ୍ତନ ରୁହେ ମନୁଷ୍ୟ ସେବାରେ, 

ଫଳ ଦେଇ ଆମ ମେଣ୍ଟାଏ ସେ କ୍ଷୁଧା 

ମନୁଷ୍ୟ ସେବାରେ ନଥାଏ ତା ଦ୍ୱିଧା ll 2 ll

ମା' ନେଇଥାଏ ସନ୍ତାନର ଯତ୍ନ 

ସନ୍ତାନର ଖୁସି ଅଧିକଠୁ ରତ୍ନ, 

ନରଖି ମନରେ କେବେ ସେ ପ୍ରତ୍ୟାଶା 

ସୁଖ ଦେବା ପାଇଁ ସଦା ତା ପ୍ରଚେଷ୍ଟା ll 3 ll

ଭାଗବାନଙ୍କର ସେବା କରେ ଭକ୍ତ 

ଦାରିଦ୍ର୍ୟ ଦୁର୍ଦିନେ କାଟେ ଦିବା ରାତ୍ର, 

ମନରେ ଏକମାତ୍ର ପ୍ରତ୍ୟାଶା ରଖି 

କିପରି ହୋଇବ ସେ ଈଶ୍ୱର ପ୍ରାପ୍ତି ll 4 ll

ଭଲ ପାଇବାରେ ଲାଳସା ନ ଥାଏ 

ପ୍ରେମ ଟିକେ ପାଇଁ ପ୍ରତ୍ୟାଶା ତ ଥାଏ, 

ମନରେ ନ ରଖି ଛଳନାର ଭାବ 

ସ୍ନେହ ବୋଳା କଥା ଅଟଇ  ସରବ ll 5 ll

 

ଶ୍ରଦ୍ଧାଞ୍ଜଳି ପଣ୍ଡା, 

ସହ-ସମ୍ପାଦିକା - କେଦାର ଭାରତୀ 

Post a Comment

0 Comments